ବର୍ଷା-ଅନୁଭବ ପାରିବାରିକ ବିବାଦ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅନୁଭବ

0

ଭୁବନେଶ୍ୱର : ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଅନୁଭବ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ପରେ ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ ।

ଏହି ପାରିବାରିକ ବିବାଦ ମାଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଅନୁଭବ ଦାୟର କରିଥିବା ପିଟିସନକୁ ଗ୍ରହଣ କରିବା ସହ ଜବାବ ଦାଖଲ ପାଇଁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଫ୍ୟାମିଲ କୋର୍ଟକୁ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା 9 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । କଟକ ପରିବାର ଅଦଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ। ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିଲେ ।

Leave a Reply

Your email address will not be published. Required fields are marked *