ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାରି କଲା ଘୋଷଣା ପତ୍ର

0

ଲକ୍ଷ୍ନୌ – ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକସଭା ନିର୍ବାଚନ ପାଇଁ ବୁଧବାର ଦିନ ଭିଜନ ଡକ୍ୟୁମେଂଟ ନାମରେ ନିଜର ଘୋଷଣା ପତ୍ର ଜାରି କରିଛନ୍ତି । ଏଥିରେ ଅନେକ ପ୍ରତିଶ୍ରୁତି ରହିଛି । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଂଟି ଓ 2025 ବର୍ଷ ଯାଏ ଜାତିଗତ ଜନଗଣନା କରାଇବା ସମେତ ଅନେକ ପ୍ରତିଶ୍ରୁତି ଦଳ ପକ୍ଷରୁ ଦିଆଯାଇଛି ।

ଅଖିଳେଶ ଯାଦବ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପାର୍ଟିର ଘୋଷଣା ପତ୍ର ଜାରି କରିଛନ୍ତି । ଅଖିଳେଶ କହିଛନ୍ତି ଯେ, ଏଥିରେ ଗଣମାଧ୍ୟମକୁ ସ୍ୱାଧୀନତାର ଅଧିକାର, ଜାତିଗତ ଜନଗଣନାର ଅଧିକାର, ଦାରିଦ୍ରତାରୁ ବାହାରିବାର ଅଧିକାର, 24 ଘଂଟା ବିଜୁଳିର ଅଧିକାର, ଖେଳ ପ୍ରତିଭାଙ୍କୁ ଅଧିକାର ପରି ଅନେକ ଅଧିକାର ସାମିଲ ରହିଛି ।

Leave a Reply

Your email address will not be published. Required fields are marked *