ବଦଳିଲେ କେନ୍ଦ୍ରାପଡା ଏସପି : ସିଦ୍ଧାର୍ଥ କଟାରିଆ ହେଲେ ନୂଆ ଏସପି

0

କେନ୍ଦ୍ରାପଡ଼ା – କେନ୍ଦ୍ରାପଡାରେ ବିନୋଥ ଯୁଗଳ କିଶୋର ଏସପି ଭାବରେ ଗତ ଜାନୁଆରୀମାସ ୨୮ତାରିଖରେ ଯୋଗଦେଇଥିଲେ । କେନ୍ଦ୍ରାପଡାରେ ମାତ୍ର ଏକମାସ ୨ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବରେ ବଦଳି କରିଦିଆଯାଇଛି । ଶ୍ରୀ ବିନୋଥଙ୍କ ସ୍ଥାନରେ ୨୦୧୭ବ୍ୟାଚର ଆଇ.ପି.ଏସ. ତଥା ଖୋର୍ଦ୍ଧାର ଏସପି ଥିବା ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡାର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏସପି ଶ୍ରୀ କଟାରିଆ ପ୍ରଥମେ ତାଳଚେରର ଏସଡିପିଓ ଭାବେ ଯୋଗଦେଇଥିବା ବେଳେ ପରେ ନୟାଗଡର ଏସପି ଭାବେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *